ସୌମ୍ୟଶ୍ରୀ ବିଶି ଙ୍କ ମୃତ୍ୟୁ ଦୁଃଖଦ ଘଟଣା: ସରକାର ଓ ପ୍ରଶାସନ ଉପରେ ଦାୟିତ୍ୱ ର ଛାୟା

mnp

ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର integrated bed course ର ଦ୍ଵିତୀୟ ବର୍ଷ ର ଛାତ୍ରୀ ସୌମ୍ୟଶ୍ରୀ ବିଶି ମହାବିଦ୍ୟାଳୟ କର୍ତ୍ତୃପକ୍ଷ,ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ,ବିଭାଗୀୟ ମନ୍ତ୍ରୀ,ସ୍ଥାନୀୟ ଏମ ଏଲ ଏ ,ଏମ ପି ଓ ପୋଲିସ ପ୍ରଶାସନ ଙ୍କୁ ନିଜର କରୁଣ କାହାଣୀ/ସମସ୍ୟା ବାବଦରେ ଅବଗତ କରାଇ ତଥା ଉପଯୁକ୍ତ ନ୍ୟାୟ ନପାଇ ସମ୍ପୂର୍ଣ ନିରାଶ ହୋଇ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା କରିବା ଭଳି ଏକ ଜଘନ୍ୟ ବା ଚରମ ପଦକ୍ଷେପ ଓ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ମୃତ୍ୟୁବରଣ କରିଥିବା ଖବର ନିଶ୍ଚିତ ଭାବେ ଏକ ଦୁର୍ଭାଗ୍ୟପୁର୍ଣ ଘଟଣା।ଏଥିପାଇଁ ଆମ ଓଡ଼ିଶା ରାଜ୍ୟ ସରକାରଙ୍କ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ,ସ୍ଥାନୀୟ ବିଧାୟକ,ସ୍ଥାନୀୟ ସାଂସଦ,ସ୍ଥାନୀୟ ପୋଲିସ ପ୍ରସାଶନ ଓ ଅନ୍ୟ ପ୍ରଶାସନିକ ଅଧିକାରୀ,ଉଚ୍ଚ ଶିକ୍ଷା ବିଭାଗର ସଚିବ ଇତ୍ୟାଦି ଇତ୍ୟାଦି ସମସ୍ତେ ଉତ୍ତର ଦାୟୀ।କାରଣ ମୁଁ ଏଠାରେ ସ୍ମରଣ କରାଇ ଦେଇପାରେ କି ୧୯୯୯ ମସିହା ରେ ଘଟିଥିବା ବାଲେଶ୍ୱର କେ କେ ଏସ ମହିଳା ମହାବିଦ୍ୟାଳୟ ର ନିରୀହ ଛାତ୍ରୀ କୁ ଉକ୍ତ ଅନୁଷ୍ଠାନ ର ଜନୈକ ପିଇଟି ଶିକ୍ଷୟତ୍ରୀ ଭୁବନେଶ୍ୱର ରେ ଅବସ୍ଥିତ କ୍ରୀଷ୍ଣ ଟାୱାର ରେ ଏକ କୋଠରୀରେ ଯଉଁଭଳି ଭାବେ ଯୌନ ନିର୍ଯାତନା କରାଯାଇଥିଲା,ତାର ମୁଁ ପରଦାଫାସ କରିବାପରେ ତତ୍କାଳୀନ କଂଗ୍ରେସ ସରକାର ତତ୍କ୍ଷଣାତ ଦୃଢ଼ ପଦକ୍ଷେପ ସ୍ୱରୂପ ଅଧ୍ୟକ୍ଷା ତଥା ଦୋଷୀ ଙ୍କୁ ଚାକିରୀ ରୁ ନିଲମ୍ବନ କରିଥିଲେ ଓ କ୍ରାଇମ ବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇ ନିଜ ଦଳ ର ଓ ସରକାରଙ୍କର ନାରୀ ମାନଙ୍କ ପ୍ରତି ଥିବା ଜେଥେଷ୍ଟ ସମ୍ମାନ ଥିବା ର ବଳିଷ୍ଠ ପ୍ରମାଣ ଦେଇଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଙ୍କ ନିର୍ଦେଶ କ୍ରମେ ସି ବି ଆଇ ଦ୍ୱାରା ତଦନ୍ତ କରାଯାଇଥିଲା, ଯେଉଁଥିରେ ମୁଁ ମୁଖ୍ୟ ସାକ୍ଷୀ ଥିଲି।ଯେଉଁ ଘଟଣା ରେ କିଛି ବରିଷ୍ଠ ବ୍ୟୁରୋକ୍ରାଟ୍ସ, ଓ ରାଜ ନେତାଙ୍କର ସମ୍ପୃକ୍ତି ଥିବାର ଯଥେଷ୍ଟ ପ୍ରାମାଣିକ ତଥ୍ୟ ଥିଲା।କିନ୍ତୁ କଂଗ୍ରେସ ସରକାର ଯିବାପରେ ବି ଜେ ଡି ସରକାର ର ମୁଖ୍ୟ ମନ୍ତ୍ରୀ ଉକ୍ତ ବରିଷ୍ଠ ଆଇ ଏ ଏସ ଅଫିସରଙ୍କୁ ସୁରକ୍ଷା ଦେବାରେ ଲାଗିପଡିଲେ ଏବଂ ଇ ଟି ଭି ର ର ସାମ୍ବାଦିକ ଓ ସମ୍ବାଦ ଖବର କାଗଜ ର ସାମ୍ବାଦିକ ଙ୍କ ବଳିଷ୍ଠ ଓ ନିର୍ଭୟ ସାମ୍ବାଦିକତା ପାଇଁ ତତ୍କାଳୀନ ବି ଜେ ଡି ସରକାର ନତ ମସ୍ତକ ହୋଇ ସେ ଅଧିକାରୀଙ୍କୁ ନିଲମ୍ବନ କଲେ ।ତତ୍କାଳୀନ ବି ଜେ ପି ଦଳ ର ସାଂସଦ ଶ୍ରୀଯୁକ୍ତ ଖାରବେଳ ସ୍ୱାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ,ତତ୍କାଳୀନ ଉପ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ଲାଲ କୃଷ୍ଣ ଆଡ଼ଭାଣି ଓ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମୁଖରେ ଦୃଢ଼ ଦାବି ଜଣାଇଥିଲେ।ଖାଲି ସେତକ ନୁଁହ ମୋର ଜୀବନ ପ୍ରତି ସଙ୍କଟ ଥିବା ଅନୁଭବ କରି ମୋତେ ଓ ମୋର ପରିବାରବର୍ଗଙ୍କୁ ପୋଲିସ ସୁରକ୍ଷା ଦେବାପାଇଁ ବି ଦୃଢ଼ ଦାବି ଜଣାଇଥିଲେ।ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଧୀଶ ମୋତେ ଓ ମୋର ପରିବାରବର୍ଗଙ୍କୁ ପୋଲିସ ଙ୍କୁ ଆମମାନଙ୍କର ସୁରକ୍ଷା ପାଇଁ ନିର୍ଦେଶ ଦେଇଥିଲେ।କିଛି ବର୍ଷ ତ ସୁରକ୍ଷା ଦେଲେ ଓ ପରେ ଓହରିଗଲେ।
ବର୍ତ୍ତମାନ ମୋର କହିବା କଥା ସେତେବେଳେ କେନ୍ଦ୍ର ରେ ବି ଜେ ପି ସରକାର ଥିଲେ ଓ ଏବେ ବି ବି ଜେ ପି ସରକାର ଅଛନ୍ତି ହେଲେ ପାର୍ଥକ୍ୟ ହେଉଛି ,ସେତେବେଳେ ଜଣେ କର୍ମବୀର ସାଂସଦ ଖାରବେଳ ସ୍ୱାଇଁ ଥିଲେ କିନ୍ତୁ ଏବେ ଜଣେ ଭଣ୍ଡ ବାବାଜୀ ଅଛନ୍ତି,ସେତେବେଳେ ବିଶିଷ୍ଟ ଶ୍ରମିକ ନେତା ତଥା ସର୍ବ ଜନ ପ୍ରିୟ ନେତା ଅରୁଣ ଦେ ବିଧାୟକ ଥିଲେ ଏବେ ଜଣେ ବଚକାନିଆ ପିଲା ଅନଭିଜ୍ଞ ବିଧାୟକ ଅଛନ୍ତି।ସେତେବେଳେ ମହାନ ଜନ ନାୟକ ଅପ୍ରତିଦ୍ବନ୍ଦି ବି ଜେ ପି ନେତା ଅଟଳ ଜୀ ଓ ଆଡ଼ଭାଣି ଜୀ ଯଥାକ୍ରମେ ପ୍ରଧାନ ମନ୍ତ୍ରୀ ଓ ଉପ ପ୍ରଧାନ ମନ୍ତ୍ରୀ ଥିଲେ କିନ୍ତୁ ଏବେ ପ୍ରଚାର ଓ ପ୍ରସାର ରେ ଏବଂtax payer ଙ୍କ ଅର୍ଥ ରେ ବିଭିନ୍ନ ଦେଶ ବୁଲି ଆଦାନୀ ଙ୍କ ବ୍ୟବସାୟ ବୃଦ୍ଧି କରିବାପାଇଁ ନିଜକୁ ବ୍ୟସ୍ତ ରଖୁଥିବା ଜୁମୁଲା ସରକାର ର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଗୃହ ବିଭାଗ ର ମନ୍ତ୍ରୀ ଅମିତ ସାହା ଅଛନ୍ତି।ବେଟି ବଚାଓ ଓ ବେଟି ପଢ଼ାଓ ର ନାରା ଦେଇଆସୁଥିବା ସରକାର ଯେକୌଣସି ନାରୀ ବା ମହିଳା ସମ୍ବେଦନଶିଳ ଘଟଣାରେ ଇଉ ଟର୍ଣ୍ଣ ମାରିବାରେ ସିଦ୍ଧ ହସ୍ତ।ଅତଃ ଏ ସରକାଙ୍କ ଠାରୁ କିଛି ଆଶା କରିବା ବୃଥା।ଅତଃ ଏମାନେ ଯେକୌଣସି ସମ୍ବେଦନଶୀଳ ଘଟଣାରେ ମହିଳାଙ୍କୁ ନ୍ୟାୟ ଦେବାରେ ଅସମର୍ଥ।
ଉକ୍ତ ଘଟଣା ଯେବେଠାରୁ କଲେଜରୁ ଆରମ୍ଭ ହେଲା ମୋର ଦୁର୍ଭାଗ୍ୟ ଯଦି ମୋ ଜ୍ଞାତସାରକୁ ଆସିଥାନ୍ତା,ତାହାଲେ ଆଜି ଏ ଦିନ ଉଭୟେ କଲେଜ କର୍ତ୍ତୃପକ୍ଷ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଭୋଗିବାକୁ ପଡ଼ିଥାନ୍ତା।ଛାତ୍ର ଛାତ୍ରୀ ହନ୍ତା ଓ ଛାତ୍ର ଛାତ୍ରୀ ଙ୍କ ଜୀବନ ସହ ଖେଳ କରୁଥିବା ଏ ସରକାର ର ଗୋଟିଏ ଦିନ ବି ଅଧିକାର ନାହିଁ ସରକାର ରେ ରହିବାପାଇଁ।ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ,ଉତ୍କଳ ଇଉନିଭର୍ଷିଟି ରେ ଛାତ୍ରୀ ଆତ୍ମ ହତ୍ୟା ର ମାମଲା କୁ ପୂର୍ବ ବିଜେଡି ସରକାର ଖୁବ ଯୋଜନା ବଦ୍ଧ ଭାବେ ରଫା ଦଫା କରିଦେଲେ ଫଳସ୍ୱରୂପ ନା ମୃତ ଝିଅ କୁ କିମ୍ବା ସେମାନଙ୍କର ପରିବାର ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେଇପାରିଲେ।ବର୍ତ୍ତମାନର ସରକାର ପୂର୍ବ ସରକାଙ୍କ ପଦାଙ୍କ ଅନୁସରଣ କରୁଥିବାର ଅନେକ ନଜିର ରହିଛି।ତେଣୁ ସର୍ବ ଜନେ କହୁଛନ୍ତି ବିଜେପି ବିଜେଡି ଭାଇ ଭାଇ ,ସେମାନେ ଫିଟ ଉଛନ୍ତି ସମସ୍ତଙ୍କ ଘାଇ।ଠିକ ଅଛି ଝିଅ ସୌମ୍ୟଶ୍ରୀ ବିଶି ଙ୍କୁ ଓ ତାଙ୍କର ପରିବାର ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେଇ ନପାରିଲେ ଆମେ ଉଚ୍ଚ ନ୍ୟାୟାଳୟ କୁ ଯାଇ ସେମାଙ୍କ ପାଇଁ ନ୍ୟାୟ ମାଗିବୁ ଓ ସମସ୍ତ ଦୋଷୀଙ୍କୁ ଦଣ୍ଡ ଦେବାକୁ ପ୍ରୟାସ ଜାରି ରଖିବୁ।

Leave a Reply

Your email address will not be published. Required fields are marked *